ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା

Mar 15, 2024 - 13:08
Mar 15, 2024 - 13:12
 0  248
ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। କାଲି ଅପରାହ୍ନ ୩ଟାରେ ହେବ ନିର୍ବାଚନ ତାରିଖ ଘୋଷଣା। ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ପୋଲ୍ ପ୍ୟାନେଲ ମୁଖ୍ୟ ରାଜୀବ କୁମାର। ତାରିଖ ଘୋଷଣା ନେଇ ଏକ୍ସରେ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସାଧାରଣ ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା । ଏକାଧିକ ପର୍ଯ୍ଯାୟରେ ହୋଇପାରେ ମତଦାନ । ୩ ବିଧାନସଭା ନିର୍ବାଚନ ଲାଗି ଆସିବ ତାରିଖ । ଜାମ୍ମୁ କାଶ୍ମୀର ପାଇଁ ମଧ୍ୟ ହୋଇପାରେ ନିର୍ବାଚନ ତାରିଖ ଘୋଷଣା ।

What's Your Reaction?

like

dislike

love

funny

angry

sad

wow