୫ରେ ଅନୁଷ୍ଠିତ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର

Jan 4, 2025 - 15:09
Jan 4, 2025 - 15:11
 0  32
୫ରେ ଅନୁଷ୍ଠିତ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର

ପୁରୀ  :-୦୪/୦୧

ନ୍ୟୁହୋପ ନାମକ ଏକ ସଂସ୍ଥା ଏବଂ ଭୁବନେଶ୍ୱର ହାଇଟେକ ମିଳିତ ଭାବେ ଏକ ନିଶୁଳ୍କ ଚିକିତ୍ସା ଶିବିର ଆସନ୍ତା ଜାନୁଆରୀ ମାସ ୫ ତାରିଖ ରବିବାର ଦିନ ସକାଳ ୯ ଘଣ୍ଟିକା ରୁ ଅପରାହ୍ଣ ୧ ଘଣ୍ଟିକା ପର୍ଯ୍ୟନ୍ତ ଚାଲିବ ।ଏହି ଶିବିର ପୁରୀ ଲୋକନାଥ ରୋଡ଼ ରେ ଥିବା ଆଶା କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ କହିଛନ୍ତି ।ଏହି ସ୍ୱାସ୍ଥ୍ୟ ଶିବିରରେ ସମସ୍ତ ପ୍ରକାର ଦନ୍ତ ରୋଗ ,ଅସ୍ଥି ରୋଗ ,କାନ-ନାକ ଗଳା ଚିକିତ୍ସା ଏବଂ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷଣ ସହିତ ଔଷଧ ମାଗଣାରେ ବିତରଣ କରାଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସତ୍ୟଜିତି ମହାନ୍ତି ଜଣାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସେବାୟତ ଶ୍ରୀ ବିଶ୍ୱବାସୁ ବିନାୟକ ଦାସ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ମଧୁସୂଦନ ମିଶ୍ର ଯୋଗଦାନ କରିବେ ବୋଲି ନ୍ୟୁହୋପ ସଭାପତି କହିଥିଲେ ।ଏଥିରେ ପୁରୀ ସହରର ସମସ୍ତ ବାସିନ୍ଦା ମାନେ ଆସି ଏହି ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ର ଲାଭ ନେବା ପାଇଁ ଅନୁଷ୍ଠାନ ପକ୍ଷରୁ ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow