ନୂତନ ବସଷ୍ଟାଣ୍ଡ ଉଦଘାଟନ

Mar 13, 2024 - 18:28
Mar 13, 2024 - 18:33
 0  116
ନୂତନ ବସଷ୍ଟାଣ୍ଡ ଉଦଘାଟନ

ସମ୍ଭଭ ଟାଇମ୍ସ :-  ଭଦ୍ରକ ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ, ଭଦ୍ରକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ଏବଂ ସାଂସଦ, ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳଙ୍କ କରକମଳରେ ରୂପାନ୍ତରିତ ଭଦ୍ରକ ନୂତନ ବସ୍ ଷ୍ଟାଣ୍ଡର ଶୁଭ ଉଦଘାଟନ ହୋଇଯାଇଛି। 

ଏହି ଅବସରରେ ପୂର୍ବତନ ବିଧାୟକ, ଧାମନଗରର ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପୌରପାଳିକାର ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ପ୍ରବୀର କୁମାର ଜେନା, ଭଦ୍ରକ ବସ୍ ଆସୋସିଏସନ୍ ର ସଭାପତି ଶ୍ରୀ ଦିଲ୍ଲୀପ ନାୟକ, ବସ୍ ଆସୋସିଏସନ୍ ର କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ନାୟକ, ସମସ୍ତ ଓ୍ବାର୍ଡ୍ ର ପାରିଷଦ ଗଣ ଏବଂ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow