ରାଇଘର ଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ନିବାରଣ ନିମନ୍ତେ ସଚେତନତା ଶିବିର

Apr 2, 2026 - 08:55
 0  2

ରାଇଘର...୦୨

/୦୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସ୍ଥିତ ରାଇଘର ବନାଞ୍ଚଳ ପକ୍ଷରୁ ଆଜି ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ନିବାରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅଥିତି ଭାବେ ସାଂସଦ ପ୍ରତିନିଧି ପ୍ରିତିସିଗ୍ନା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧିକାରୀ ସୁଶ୍ରୀ ରିତୁ ସିଂ,ରାଇଘର ବନାଞ୍ଚଳ ଅଧିକାରୀ ଏମଡି ସମୋଦ,ଅଗ୍ନିଶମ ଆଧିକାରୀ,କେନ୍ଦୁ ଲିପି ଅଧିକାରୀ,ଭିଏସଏସ କମିଟି ସଭାପତି ସଦ୍ୟସ ଓ ବନାଞ୍ଚଳ ସମସ୍ତ ଅଧିକାରୀ ମଞ୍ଚାସିନ ରହିଥିଲେ |କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଅଧିକାରୀ ସରୋଜ ଦଳେଇ ପରିଚାଳନା ପରିଚାଳନା କରିଥିଲେ |ଦିନକୁ ଦିନ ରାଜ୍ୟର ଜଙ୍ଗଲ ଦ୍ରୁତ ଗତିରେ ନଷ୍ଟ ହେବାକୁ ବସିଥିବା ବେଳେ ଜଙ୍ଗଲ ନିଆଁ ଏହାର ଏକ ପ୍ରମୁଖ କାରଣ ପାଲଟିଛି |ଜନସାଧାରଣଙ୍କ ସଚେତନତା ହିଁ ଜଙ୍ଗଲ ରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ଏକଥାକୁ ହୃଦୟଙ୍ଗମ କରି ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏଭଳି ଏକ ପଦକ୍ଷେପ ନେଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅବିଭାଷଣରେ ଉପସ୍ଥିତ ଜନସାଧାରଣଙ୍କୁ ଜଣେଇବା ସହିତ ଜଙ୍ଗଲରେ ଯଦି ନିଆଁ ବ୍ୟାପେ ତେବେ କିଭଳି ତାକୁ ନିୟନ୍ତ୍ରଣ କରିବେ ଓ ଜଙ୍ଗଲ ତଥା ଜଙ୍ଗଲରେ ବସବାସ କରୁଥିବା ଯିବଜନ୍ତୁ ମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ ସେ ଉପରେ ପ୍ରଶିକ୍ଷଣ ଦେଇଥିଲେ |

What's Your Reaction?

like

dislike

love

funny

angry

sad

wow