ଆଜିର ଖବର

ତାରିଖ ୧୩/୦୩/୨୦୨୪, ବୁଧବାର ୧-ଦିଲ୍ଲୀରେ ବିଜେପି ନେତାଙ୍କ ଘନଘନ ବୈଠକ, ନିଷ୍ପତ୍ତି ନେବେ ଶାହା, ଆନ୍ଧ୍ର ଢାଞ୍ଚାରେ ଓଡ଼ିଶା ମେଣ୍ଟ ! ୨-ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ସିଇଓଙ୍କ ସମୀକ୍ଷା:ପ୍ରତି ବିଧାନସଭା ମଣ୍ଡଳୀରେ ୨୦% ଆଦର୍ଶ ମତଦାନ କେନ୍ଦ୍ର। ୩-ସରପଞ୍ଚ ପାଇବେ ୧୦ ହଜାର, ଜିଲ୍ଲା ପରିଷଦ ସଭାପତିଙ୍କୁ ମିଳିବ ୩୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ୪-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା। ୫-ନନ୍ଦନକାନନ: ପ୍ରାଣୀ ଉଦ୍ୟାନକୁ ଆସିବେ ୪ ପ୍ରଜାତିର ୧୬ ଜନ୍ତୁ, ପ୍ରତିବଦଳରେ ଯିବେ ୩୫ ଜନ୍ତୁ। ୬-ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା....CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି। ୭-ଓଡ଼ଗାଁ: ସର୍ବଭାରତୀୟ ଦୀକ୍ଷାନ୍ତ ସମାରୋହ; ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲେ କୁରାଳର ମିନୁ। ୮-ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବ୍‌ସାଇଟ୍ www.osssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ ୯-ଆଜି ମହାପ୍ରଭୁଂକ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୯ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ। ୧୦-ଟିଟିଲାଗଡ଼:କଏଦୀ ଫେରାର ଘଟଣା; ଜେଲ୍ କର୍ମଚାରୀ ନିଲମ୍ବିତ। ୧୧-ମାହାଙ୍ଗା,ଖନ୍ଦୋଳ:KYC ନାଆଁରେ ଅନନ୍ତ ମହାରଣାଙ୍କ ଠାରୁ ଲୁଟିନେଲେ ୫ ଲକ୍ଷ। ୧୨-ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ମଞ୍ଜୁର। ୧୩-ପୁରୀ ଶ୍ରୀମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ସ୍ୱାସ୍ଥ୍ୟ ବୀମା ରାଶି ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି। ୧୪-କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା: ଓସେପାର ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ। ୧୫-ସଫେଇ କର୍ମଚାରୀଙ୍କୁ ୩ ଦିନ ସମୟ ମାଗିଲା ବିଏମସି; ଲିଖିତ ପ୍ରତିଶ୍ରୁତି ଦାବିରେ ଆନ୍ଦୋଳନକାରୀ। ୧୬-ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସାଇନି। ୧୭-କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି: ୪୩ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କମଲନାଥଙ୍କ ପୁଅ। ୧୮-କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ। ୧୯-ତାମିଲନାଡୁ ସରକାର ଲାଗୁ କରିବେ ନାହିଁ ନାଗରିକତା ସଂଶୋଧନ ଆଇନ – ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। ୨୦-ମରିସସରେ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୧-ପୋଖରାନରେ ପରାକ୍ରମ: ୩ ସେନାର ଶକ୍ତି ପ୍ରଦର୍ଶନ, ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ। ୨୨-ମସ୍କୋ:ରୁଷ୍ ପ୍ରତିରକ୍ଷା ବିମାନ ଦୁର୍ଘଟଣାରେ ୧୫ ମୃତ।

Mar 13, 2024 - 08:21
Mar 13, 2024 - 08:22
 0  56
ଆଜିର ଖବର

What's Your Reaction?

like

dislike

love

funny

angry

sad

wow