ଭିକେ ପାଣ୍ଡିଆନ୍ କୁଆଡେ ଗଲେ?, ସବୁରୀ ମୁହଁରେ ଗୋଟିଏ ପ୍ରଶ୍ନ

Jun 6, 2024 - 23:31
 0  195
ଭିକେ ପାଣ୍ଡିଆନ୍ କୁଆଡେ ଗଲେ?, ସବୁରୀ ମୁହଁରେ ଗୋଟିଏ ପ୍ରଶ୍ନ

ଭୁବନେଶ୍ବର: ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ସାମ୍ନାକୁ ଆସୁନାହାନ୍ତି ଭି କେ ପାଣ୍ଡିଆନ୍। କିନ୍ତୁ ଦଳର ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ। ଏହାକୁ ନେଇ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ପଦରୁ ନୀବନ ପଟ୍ଟନାୟକ ଇସ୍ତଫା ଦେବା ପରେ ଅନେକ ଲୋକ ନିଜ ନିଜ ବାର୍ତ୍ତା ରଖୁଛନ୍ତି। କିଏ ସୋସିଆଲ ମିଡିଆରେ ନିଜର ଭିଡିଓ ଜାରି କରି ନିଜ ଭାବନା ପରିପ୍ରକାଶ କରୁଛନ୍ତି। କିନ୍ତୁ ଏହା ସହିତ ଗୋଟିଏ ବଡ଼ ପ୍ରଶ୍ନ ଉଠିଛି ଯେ ଭିକେ ପାଣ୍ଡିଆନ୍ କୁଆଡେ ଗଲେ? ଚଳିତ ନିର୍ବାଚନରେ ବିଜେଡିର ଯଦି କୌଣସି ନେତା ସର୍ବାଧିକ ପ୍ରଚାର କରିଛନ୍ତି ଏବଂ ଗାଁରୁ ସହର ନିଜର ଉପସ୍ଥିତି ଜାହିର କରିଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍।ନବୀନଙ୍କ ପ୍ରଚାର ବେଳେ ପାଖେପାଖେ ଛିଡ଼ା ହୋଇଥାନ୍ତି ।

 କିନ୍ତୁ ନିର୍ବାଚନ ପରାଜୟ ପରେ ଏହି ବ୍ୟକ୍ତି ଜଣଙ୍କର ଦେଖା ମିଳୁନି। କୁଆଡେ ଗଲେ, କେଉଁଠି ଅଛନ୍ତି କଣ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗତକାଲି ବିଜେଡିର ନବ ନିର୍ବାଚିତ ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ୍ ଅନୁପସ୍ଥିତ ଥିଲେ। ଆଇଏଏସ ଚାକିରିରେ ଥିବା ବେଳେ ମଧ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି ରଖୁଥିବା ଅଭିଯୋଗ ରହିଛି। ହେଲେ ଏବେ ପରାଜୟ ପରେ କୈଣସି ବୈଠକରେ ଯୋଗ ନଦେବା ଅନେକ ଚର୍ଚ୍ଚାକୁ ଖୋରାକ ବଢାଇଛି। ସେ ପ୍ରଚାର ବେଳେ ବିଜେପି ବିକାଶକୁ ବିରୋଧୀ କହୁଥିଲେ। ଏଥର ଫଳାଫଳ ପ୍ରକାଶ ପାଇଲେ ଦୁଇ ତୃତୀୟାଂଶ ଆସନରେ ବିଜେଡି ବାଜିମାତ କରିବ ବୋଲି ପାଣ୍ଡିଆନ୍ ଦୃଢୋକ

What's Your Reaction?

like

dislike

love

funny

angry

sad

wow