ରାଇଘର ବ୍ଳକ ଗାଣ୍ଡା ସମାଜର ନୁଆଁଖାଇ ଭେଟଘାଟ
ରାଇଘର. (ନରସିଂବାଘ, 21/09)- ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଳକର ବିଭିନ୍ନ ପଂଚାୟତରେ ବସବାସ କରୁଥିବା ଜନସାଧାରଣ ଆଜି ଏକତ୍ରିତ ହୋଇ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରିଥିବା ଦେଖିବାକୁ ମିଳିଛି |ପ୍ରଥମେ ରାଇଘର ଗାଣ୍ଡା ସମାଜର ସମସ୍ତ ଜନସାଧାରଣ ପତ୍ରକୋଟି ଗ୍ରାମ ଠାରୁ ଏକ ଶୋଭାଯାତ୍ରାରେ ବାହାରି କଳସୀ ଠାକୁରାଣୀଙ୍କ ମନ୍ଦିରରେ ପହଂଚି କଳସୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି |ପରେ ପତ୍ରକୋଟି ସ୍ଥିତ ଗାଣ୍ଡା ସମାଜର ମଣ୍ଡପରେ ଏକତ୍ରିତ ହେବା ପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଇଘର ସାଂସଦ ପ୍ରତିନିଧି ପ୍ରୀତିସିଗ୍ନା ମହାପାତ୍ର ଯୋଗଦେଇ ଆଞ୍ଚଳିକ ପର୍ବ ପର୍ବାଣୀ, ପରମ୍ପରା, ଚଳଣି, ଭାଷା, ସାହିତ୍ୟ, ସଂସ୍କୃତି, ନୃତ୍ୟ ଆଦିକୁ ଚିର ଜୀବିତ ରଖିବାକୁ ପରାମର୍ଶ ଦେବା ସହିତ ଅଞ୍ଚଳରେ ଭାଇଚାରା ବଞ୍ଚେଇ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ |ଅନ୍ୟ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ରାଇଘର ସରପଞ୍ଚ ଲମ୍ବୋଦର ମାଝୀ, ବସନ୍ତ ଡ଼ଙ୍ଗରୀ, ସାମଲାଲ କଲାର, ଗାଣ୍ଡା ସମାଜର ବ୍ଳକ ସଭାପତି ରାଜେନ୍ଦ୍ର ନାଗ ପ୍ରମୁଖ ମଞ୍ଚାସିନ ରହିଥିବା ଦେଖିବାକୁ ମିଳିଛି |ମଞ୍ଚ ସମ୍ମୁଖରେ ଉପସ୍ଥିତ ରାଇଘର ବ୍ଳକର ଗାଣ୍ଡା ସମାଜର ଆବାଳ ବୃଦ୍ଧ ବନିତା ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିବା ଦେଖିବାକୁ ମିଳିଛି |ସମସ୍ତ ମଞ୍ଚାସିନ ଅତିଥିଭାବେ ଏହି କାର୍ଯ୍ୟକ୍ରମର ଆୟୋଜକ ମାନଙ୍କୁ ନୁଆଁଖାଇ ଭେଟଘାଟର ଶୁଭେଚ୍ଛା ଜଣେଇବା ସହିତ ଏଭଳି ଏକ ବିରାଟ ଆୟୋଜନ କରି ସମାଜର ସମସ୍ତ ଜନସାଧାରଣଙ୍କୁ ଏକତ୍ରିତ କରିଥିବାରୁ ଧନ୍ୟବାଦ ଜଣେଇବା ସହ ସମସ୍ତେ ପରସ୍ପର ଭିତରେ ସୁସମ୍ପର୍କ ସ୍ଥାପନ କରି ଭାଇଚାରାକୁ ବଞ୍ଚେଇବାକୁ ପରାମର୍ଶ ଦେଇଛନ୍ତି |
What's Your Reaction?