ସର୍ବନିମ୍ନ ମଜୁରିକୁ ବୃଦ୍ଧି କଲେ ନବୀନ ପଟ୍ଟନାୟକଙ୍କ ସରକାର

Mar 15, 2024 - 12:57
 0  79
ସର୍ବନିମ୍ନ ମଜୁରିକୁ ବୃଦ୍ଧି କଲେ ନବୀନ ପଟ୍ଟନାୟକଙ୍କ ସରକାର

ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ।

ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

What's Your Reaction?

like

dislike

love

funny

angry

sad

wow