ନିମାପଡାର ବିକାଶରେ ସାମ୍ବାଦିକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ - ଉପ-ମୁଖ୍ୟମନ୍ତ୍ରୀ
ନିମାପଡା:-୦୪-୦୭-୨୦୨୬ ନିମାପଡା ବିକାଶର ଶିଖର ଛୁଇଁବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ଯୋଜନା,ପ୍ରକଳ୍ପ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ବିପୁଳ ଅନୁଦାନ ମଞ୍ଜୁର ସହ ସର୍ଭେ,ସମୀକ୍ଷା ଏବଂ ଅଟକଳ ପ୍ରୟାସ ଜାରି ରହିଛି। ବିକଶିତ,ସମୃଦ୍ଧ ଓ ଉତ୍କର୍ଷ ନିମାପଡା ନିମନ୍ତେ ଜାରି ରହିଥିବା ପ୍ରୟାସରେ ସାମ୍ବାଦିକ ମାନେ ଭାଗିଦାରୀ ହେବା ସହ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ଵପୂର୍ଣ୍ଣ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ନିମାପଡା ସାମ୍ବାଦିକ ସଂଘ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ରରେ ଶ୍ରୀମତୀ ପରିଡ଼ା ସାମ୍ବାଦିକ ସଂଘ ନାମରେ ଖୁବ୍ ଶୀଘ୍ର ସରକାରଙ୍କ ତରଫରୁ ଜମି ଯୋଗାଇ ଦିଆଯାଇ ସାମ୍ବାଦିକ ଭବନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କୁଚକ୍ରୀ ମାନଙ୍କର ପରାମର୍ଶରେ ପ୍ରବଞ୍ଚିତ ଓ ପ୍ରଲୋଭିତ ନ ହୋଇ ସାମ୍ବାଦିକ ମାନେ ଜନସାଧାରଣଙ୍କ ସହ ରହି ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରନ୍ତୁ ବୋଲି ପରାମର୍ଶ ଦେବା ସହ ସେମାନଙ୍କ ଦୁଃଖ ସୁଖରେ ରହିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଥିଲେ। ନବ ଗଠିତ ନିମାପଡା ସାମ୍ବାଦିକ ସଂଘର ସଭାପତି ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ବହୁ ନାମକରା ଓ ପ୍ରତିଷ୍ଠିତ ସାମ୍ବାଦିକ ମାନେ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି,ରାଜକିଶୋର ଦାଶ, ରଞ୍ଜନ ଦାସ, ଡଃ କେଦାରନାଥ ସାହୁ, ସଙ୍ଘର ଉପସଭାପତି ଅରୁଣ ମହାପାତ୍ର,ସାଧାରଣ ସମ୍ପାଦକ ଅଶୋକ ବେହେରା,ସହ ସମ୍ପାଦକ ଅଜିତ୍ ରଞ୍ଜନ ସାହୁ ଓ ଶିଶିର ସ୍ୱାଇଁ(ଧରିତ୍ରୀ),ନିବେଦିତା ମିଶ୍ର,ବିଭୂତି ମହାପାତ୍ର,ସତ୍ୟମ୍ ଜୋସେଫ ଲେଙ୍କା,ସିଦ୍ଧାର୍ଥ ଶେଖର, ଶଶିକାନ୍ତ ତ୍ରୀପାଠୀ
,ଜୟନ୍ତ ସେଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
What's Your Reaction?