ଅବିବାହିତ ଯୁବକ ଯୁବତୀ ଙ୍କୁ OYO ବ୍ୟାନ

Jan 5, 2025 - 23:48
 0  37
ଅବିବାହିତ ଯୁବକ ଯୁବତୀ ଙ୍କୁ OYO ବ୍ୟାନ

ଓୟୋ ହୋଟେଲରେ ଆଉ ରହିପାରିବେନି ଅବିବାହିତ ପ୍ରେମୀ ଯୁଗଳ । ଏପରି ଏକ ନିୟମ ଓୟୋ ପକ୍ଷରୁ ଜାରି କରାଯାଇଛି । ଅବିବାହିତ ପୁଅ ଝିଅ ଏକାଠି ହୋଟେଲରେ ରହିପାରିବେ ନାହିଁ ।

ପୂର୍ବରୁ ଯେକୌଣସି ସହରରେ ଖୁବ ଶସ୍ଥାରେ ଓୟୋ ହୋଟେଲ ବୁକ କରି ଯୁବକ ଯୁବତୀ ମାନେ ରହି ଯାଉଥିଲେ । ହେଲେ ୨୦୨୫ ପାଇଁ ନୂଆ ନିୟମ ଆଣିଛି ଓୟୋ କମ୍ପାନୀ । ଯଦି କୌଣସି ଦମ୍ପତ୍ତି ଓୟୋରେ ରୁମ ନେଇ ରହିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କୁ ନିଜ ବିବାହର ସମସ୍ତ ସାକ୍ଷ୍ୟ ପ୍ରମାଣ ଦେଇ ରହିବାକୁ ପଡିବ । ନହେଲେ ରୁମରେ ଅବିବାହିତଙ୍କୁ ଏଣ୍ଟ୍ରି କରାଯିବାନି ବୋଲି କଡା ଚେତାବନୀ ଦିଆଯାଇଛି ।

ଏହି ନିୟମ ପ୍ରଥମେ ମିରଟ ସହରରୁ ଲାଗୁ ହେବାକୁ ଯାଉଛି । ଏହି ସହରରେ ଓୟୋ ସହ ଜଡିତ ସମସ୍ତ ହୋଟଲକୁ ଏହି ନିୟମକୁ ଲାଗୁ କରେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କୌଣସି ଦମ୍ପତ୍ତି ଅନଲାଇନ ହୋଟେଲ ବୁକ କରିଥାନ୍ତି, ତେବେ ତାଙ୍କର ସମସ୍ତ ବିବାହଜନିତ ପ୍ରମାଣପତ୍ରକୁ ଚେକ୍‌ ଇନ କରାଯିବ । ଏବଂ ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଯଦି ମିରଟରେ ଏହି ନିୟମ ଲାଗୁ କରିବା ଦ୍ବାରା କୌଣସି ପ୍ରଭାବ ଦେଖିବାକୁ ମିଳେ , ତେବେ ଏହା ଖୁବ ଶୀଘ୍ର ଅନ୍ୟ ସହରରେ ମଧ୍ୟ ଲାଗୁ କରାଯିବ ।

ରିପୋର୍ଚ ମୁତାବକ ମିରଟର କିଛି ସ୍ଥାନୀୟ ଲୋକେ ତଥା ସିଭିଲ ସୋସାଇଟି ପକ୍ଷରୁ ଅବିବାହିତଙ୍କୁ ଓୟୋ ହୋଟେଲ ନଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁ ପ୍ରସ୍ତାବକୁ ଗ୍ରହଣ କରିଛି ଓୟୋ କମ୍ପାନୀ । ଏହାଦ୍ବାରା କମ୍ପାନୀ ପ୍ରତି ଅନ୍ୟମାନଙ୍କ ଭରଷା ବଢିବା ବୋଲି ମଧ୍ୟ କୁହାଯାଏ ।

ତେବେ ଯଦି ଦେଖାଯାଏ, ତେବେ ଭାରତ ସମେତ ଅନ୍ୟ ଦେଶ ଯେପରିକି ଇଣ୍ଡୋନେସିଆ , ମାଲେସିଆ, ଡେନମାର୍କ, ଆମେରିକା , ବ୍ରିଟେନ , ନେଦରଲ୍ୟାଣ୍ଡ , ଜାପାନ , ମେକ୍ସିକୋରେ ମଧ୍ୟ ଏହି କମ୍ପାନୀ ଖୁବ ଭଲ ବିଜନେସ କରିଛି ।

What's Your Reaction?

like

dislike

love

funny

angry

sad

wow