ବର୍ଣ୍ଣବିଟାକୁ ହେଲ୍ଥ ଡ୍ରିଙ୍କ୍ ତାଲିକାରୁ ହଟାଇବାକୁ ଇ-କମର୍ଶ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

Apr 13, 2024 - 21:08
 0  88
ବର୍ଣ୍ଣବିଟାକୁ ହେଲ୍ଥ ଡ୍ରିଙ୍କ୍ ତାଲିକାରୁ ହଟାଇବାକୁ ଇ-କମର୍ଶ କମ୍ପାନୀକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ବର୍ଣ୍ଣବିଟା ସମେତ ସମସ୍ତ ମୃଦୁ ପାନୀୟକୁ ହେଲ୍ଥ ଡ୍ରିଙ୍କ୍ କ୍ୟାଟେଗୋରୀରିରୁ ହଟାଇବା ପଇଁ ସମସ୍ତ ଇ-କମର୍ଶକମ୍ପାନୀକୁ ନିର୍ଦ୍ଦେଶ ଦେଲା ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ନିଜ ନିଜ ପ୍ଲାଟ୍‌ଫର୍ମ୍‌ରୁ ଏହିସବୁ ସାମଗ୍ରୀ ପାଇଁ ହେଲ୍‌ଡ୍ରିଙ୍କ ଶବ୍ଦ ହଟାଇବାକୁ ମନ୍ତ୍ରଣାଳୟ କହିଛି। 

ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ ଶିଶୁ ଅଧିକାର ସୁରକ୍ଷା ଅଧିନିୟମ(ସିପିସିଆର୍‌) ୨୦୦୫ର ଧାରା ୩ ଅନୁଯାୟୀ ଗଠିତ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସିପିସିଆର୍ ଆକ୍ଟର ଧାରା ୧୪ ଅନୁସାରେ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏଫ୍‌ଏସ୍‌ଏସ୍‌ ୨୦୦୬ ଅଧିନିୟମ ଅନୁସାରେ ଏଗୁଡ଼ିକ କୌଣସିଟି ବି ହେଲ୍ଥ ଡ୍ରିଙ୍କ ବର୍ଗରେ ଯାଉ ନାହାନ୍ତି।। ଏଫ୍‌ଏସ୍ଏସ୍ଏଆଇ ଓ ମଣ୍ଡଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦିଆଯାଇଥିବା କୌଣସି ନିୟମ ସହ ମେଳ ଖାଉ ନାହିଁ।”

ଏହା ଜଣାପଡ଼ିବା ପରେ ଏପ୍ରିଲ ୨ ତାରିଖରେ ଏଫ୍‌ଏସ୍‌ଏସ୍ଏଆଇ ସମସ୍ତ ଇ-କମର୍ଶ କମ୍ପାନୀକୁ ବିକ୍ରି କରୁଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା।  

ଇ-କମର୍ଶ କମ୍ପାନୀଗୁଡ଼ିକ ଦୁଗ୍ଧଜାତୀୟ, ମୃଦୁପାନୀୟ, ଶସ୍ୟ ଜୀତୀୟ ମାଲ୍ଟ ଜାତୀୟ ପାନୀୟଗୁଡ଼ିକ ଏଫ୍‌ଏସ୍‌ଏସ୍‌ଏଆଇ ୨୦୦୬ ମାନକ ପୂରା ନ କରୁଥିଲେ ବି ଏଗୁଡ଼ିକୁ ହେଲ୍ଥ ଡ୍ରିଙ୍କ୍‌ ଟ୍ୟାଗ୍ ଦେଇ ବିକ୍ରି କରାଯାଉଛି। ତେଣୁ ନିୟମ ଅନୁସାରେ ଏହିସବୁ ଉତ୍ପାଦଗୁଡ଼ିକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଏଫ୍‌ଏସ୍‌ଏସ୍‌ଏଆଇ କହିଥିଲା। ଏବେ କେନ୍ଦ୍ର ସରକାର ମଧ୍ୟ ଇ-କମର୍ଶ କମ୍ପାନୀଗୁଡ଼ିକ ପାଇଁ ଏହିସବୁ ପାନୀୟକୁ ହେଲ୍ଥ ଡ୍ରିଙ୍କ ବର୍ଗରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow