ଅସ୍ତରଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଅସ୍ତରଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଅସ୍ତରଙ୍ଗ,୨୧/୬(ସମ୍ଭବ ଟାଇମ୍ସ ):ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଥିଲା ବେଳେ ଅସ୍ତରଙ୍ଗ ପଞ୍ଚାୟତ ସମିତି ପକ୍ଷରୁ ନିକଟସ୍ଥ ଜାଗୁଳେଇ ପଡିଆ ଠାରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା |ସମିତି ଅଧ୍ୟକ୍ଷା ଆରତୀ ନାଏକଙ୍କ ପରୋହିତରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଡ଼ିଓ ସସ୍ମିତା ବେହେରା ପରିଚାଳନା କରଥିଲେ |
ଅତିଥି ଭାବେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅସ୍ତରଙ୍ଗ ଶାଖାର ପରିଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ,ଥାନା ଅଧିକାରୀ ରାଜେଶ ବଳିଆରସିଂହ,ଅତିରିକ୍ତ ତହସିଲଦାର ପ୍ରଭୁପ୍ରପାଦ ପଣ୍ଡା,ବ୍ଲକ ଶିକ୍ଷାଅଧିକାରୀ ଶତ୍ରୁଘ୍ନ ବେହେରା,ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇ ଯୋଗଦିବସ ଉପରେ ଆଲୋକପାତ କରିଥିଲେ|ସ୍ୱାସ୍ଥ୍ୟ ହିଁ ସମ୍ପଦ,ଯୋଗ ପ୍ରଣାୟାମ ଯୋଗୁ ଶରୀର ସୁସ୍ଥ ରୁହେ, ସୁସ୍ଥ ନିରାମୟ ଜୀବନ ଯାପନ କରିବାକୁ ଯୋଗର ଆବଶ୍ୟକତା ରହିଛି,ବ୍ୟାୟାମ ପ୍ରାଣାୟାମ ଶରୀରକୁ ନିରୋଗ ରଖିବା ସମେତ ବିଭିନ୍ନ ରୋଗ ଦୂରକରି ମନରେ ଦିବ୍ୟଚେତନା ଜାଗ୍ରତ କରେ ବୋଲି ଅତିଥିମାନେ ମତ ରଖିଥିଲେ |
ଯୋଗ ଶିବିରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ପ୍ରଶାନ୍ତ କୁମାର ନାୟକ,ହୁଲ୍ଲାସ ବେହେରା ଓ ଜୟରାମ ମୁଦୁଲି ଯୋଗ ଶିକ୍ଷା ଦେବା ସମେତ କେଉଁ ରୋଗ ପାଇଁ କିଭଳି ଯୋଗର ଆବଶ୍ୟକତା ରହିଛି ତାହା ବୁଝାଇଥିଲେ|ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ,ବ୍ଲକର କର୍ମଚାରୀ,ଅସ୍ତରଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯୋୟ ମିଶ୍ର, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ପୂର୍ବତ୍ତନ ସମିତି ସଭ୍ୟ ଦିବାକର ଛାଟୋଇ,ପଞ୍ଚାୟତ ସମିତି ପିଆରଆଇ ସଭ୍ୟ ସଭ୍ୟା,ଦୁଷ୍ମନ୍ତ ପରିଡାଙ୍କ ନେତୃତ୍ୱରେ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ସମସ୍ତ ଭାଇ ଭଉଣୀ, ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପିକା, ସବୁଜଶାଖାର ସଭ୍ୟ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ|ସଂସ୍କୃତ ପଣ୍ଡିତ କାଳୀନ୍ଦିଚରଣ ଛାଟୋଇ ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଦିବାକର ଛାଟୋଇ ଧନ୍ୟବାଦ ଅର୍ପଣ କରିବାରେ ସଭାକାର୍ଯ୍ୟ ଭଙ୍ଗ ହୋଇଥିଲା|
What's Your Reaction?