ଖାତରେ ଝୁଲି ରହିଲା ସ୍କୁଲବସ । ଏକ ବଡ ଦୁର୍ଘଟଣା ବର୍ତ୍ତିଗଲା

Apr 17, 2024 - 07:31
Apr 17, 2024 - 07:32
 0  8
ଖାତରେ ଝୁଲି ରହିଲା ସ୍କୁଲବସ । ଏକ ବଡ ଦୁର୍ଘଟଣା ବର୍ତ୍ତିଗଲା

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଜିଏମଆର୍ ଡିଏଭି ପବ୍ଲିକ ସ୍କୁଲର ୫୦ ରୁ ଋର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲବସ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ଆଜି ମଧ୍ୟାହ୍ନ ପାଖାପାଖି ପ୍ରାୟ ସାଢେ ଏଗାରଟା ସମୟରେ ଜିଏମଆର୍ କମଳାଙ୍ଗ ପାଓ୍ବାରପ୍ଲାଣ୍ଟରେ ଅବସ୍ଥାପିତ ଡିଏଭି ପବ୍ଲିକ ସ୍କୁଲର ଏକ ବସ୍ ସ୍କୁଲ ଛୁଟି ପରେ ୫୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ନେଇ ପ୍ଲାଣ୍ଟ ପରିସରରୁ କଣ୍ଟାବଣିଆ ଓ ବଅଁରପାଳ ଅଞ୍ଚଳକୁ ବାହାରିଥିଲା ।

ମେଟେରିଆଲ୍ ଫାଟକ ଦେଇ ବାହାରିଲା ବେଳକୁ ସାମନାରେ ଥିବା ରେଳଫାଟକ ପଡିଯାଇଥିଲା । ଶିଘ୍ର ଯିବାପାଇଁ ବ୍ୟତିବ୍ୟସ୍ତ ହୋଇ ପ୍ଲାଣ୍ଟ ପାଚେରୀ କଡରେ ଯାଇଥିବା ଉପଶାଖା କେନାଲହୁଡା ଅଣଓସାରିଆ ରାସ୍ତାରେ କମଳାଙ୍ଗ - ଖଡଗପ୍ରସାଦ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ବାହାରି ମଙ୍ଗଳପୁର କଣ୍ଟାବଣିଆ ରାସ୍ତାରେ ଜଲଦି ପଳେଇବାକୁ ବସଡ୍ରାଇଭର ଚେଷ୍ଟା କରିଥିଲେ ।ଏକ ଛୋଟ କଲଭର୍ଟ ପାରିହେବା ପାଇଁ ଅପଚେଷ୍ଟା କରି ବହୁ ଚେଷ୍ଟା ସତ୍ତ୍ୱେ ଭାରସାମ୍ୟ ରଖି ନପାରି ରାସ୍ତା କଡରେ ଥିବା ଏକ ବଡ ଖାତକୁ ଖସି ଯାଇଥିଲା । ବସର ମଧ୍ଯଭାଗ ମାଟିରେ ଲାଗି ଯିବାରୁ ବସଟି ଖାତରେ ନପଡି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିଲା । ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଅଣାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow