ଅଚାନକ ଆଠ ବଖରା ଘର ଜଳି ପୋଡି ମାଟିରେ ମିଶିଲା

Jan 23, 2025 - 13:00
 0  6
ଅଚାନକ ଆଠ ବଖରା  ଘର ଜଳି ପୋଡି ମାଟିରେ ମିଶିଲା

ରଣପୁର:-  ତା ୨୧/୧/୨୦୨୫, ଗତ କାଲି ୨୦/୧/ ୨୦୨୫ ମଧ୍ୟ ରାତ୍ରରେ ସମସ୍ତେ ସୋଇ ପଡ଼ିଥିବା ବେଳେ ଅଚାନକ କୌଣସି ସୂତ୍ରରୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମର ପ୍ରାୟ ଛଅଟି ପରିବାରର ପ୍ରାୟ ୭/୮ ବଖରା ଘର ପୋଡ଼ି ଜଳି ପାଉଁଶ ହୋଇ ଯାଇଛି । ଖବର ପାଇ ରଣପୁର ତହସିଲଦାର ଆର୍ୟ କୁମାର ସର୍ବଦମନ

ଆର ଆଇ ଗଡବାଣୀକିଲୋ ବୀରୁପାକ୍ଷ ବିଶ୍ବାଳ ୨୧ ତାରିଖ ସକାଳେ ପହଞ୍ଚି ପୀଡ଼ିତ ପରିବାରଙ୍କୁ ଭେଟି ସରକାରୀ ସହାୟତା ଦେବାକୁ ଆଶ୍ଵାସନା ଦେଇ ଛନ୍ତି । ତୁରନ୍ତ ପଲିଥିନ ପ୍ରତ୍ୟେକ ପରିବାରଙ୍କୁ ଯୋଗାଇ ଦେବା ସହ ଅନ୍ୟାନ୍ୟ ସୁବିଧା ପାଇଁ କହିଛନ୍ତି । ଖବର ନେବାରେ ଜଣା ପଡିଛି ଯେ କୁଳାସର ଗ୍ରାମର ପଦ୍ମ ଚରଣ ନାୟକ, ବିଶୁନି ମହାପାତ୍ର, କନକ ବେୱା, ରଙ୍କନିଧି ସ୍ବାଇଁ, ଜଗନ୍ନାଥ ମହାପାତ୍ର, ପ୍ରକାଶ ମହାପାତ୍ର ଆଦି ଛଅ ଟି ପରିବାରର ପିଲାଙ୍କ ବହି ପତ୍ର, ଧାନ, ନଗଦ ଟଙ୍କା,  ଆସବାବ ପତ୍ର ଆଦି ସବୁ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ଜଣା ପଡିଛି । ଖବର ପାଇ ରଣପୁର ଫାୟାର ଗାଡି ପହଞ୍ଚି ଥିଲେବି ରାତିରେ ସବୁ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ଜଣା ପଡିଛି ।

What's Your Reaction?

like

dislike

love

funny

angry

sad

wow