ଅନୁଗୋଳରୁ ସଂଯୁକ୍ତା ସିଂହ'ଙ୍କୁ ମିଳିଲା ଟିକେଟ

Apr 20, 2024 - 12:03
 0  15

1.

ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀନୀ ଆସନରେ ଲଢ଼ିବେ ଖୋଦ୍‌ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ'ଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହ। ବିଜେଡ଼ି ପକ୍ଷରୁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି ।

ବହୁ ଦିନରୁ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଛେଦ ପକାଇ ଅନୁଗୋଳରୁ ଲଢ଼ିବେ ସଂଯୁକ୍ତା ସିଂହ । ଅନୁଗୋଳର ବିକାଶକୁ ପ୍ରାଥମିକତା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ବ୍ୟବସ୍ଥାକୁ ମଜଭୁତ କରିବାକୁ ଉଦ୍ୟମ କରିବେ ବୋଲି ପ୍ରାର୍ଥୀ ଘୋଷଣା ପରେ ସଂଯୁକ୍ତା ସିଂହ ନିଜର ମତ ପ୍ରକାଶ କରିଛନ୍ତି। ଅନୁଗୋଳ ବିଧାୟିକା ଆସନରେ ସଂଯୁକ୍ତା ସିଂହ'ଙ୍କ ନାମ ଘୋଷଣା ହେବା ପରେ ଅନୁଗୋଳ ବିଜେଡ଼ିରେ ନୂତନ ପ୍ରକାରର ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ।(ଅନୁଗୋଳରୁ ସାଗର ସାହୁଙ୍କ ରିପୋର୍ଟ୍ ସମ୍ଭବ ଟାଇମସ)

What's Your Reaction?

like

dislike

love

funny

angry

sad

wow