ଡାକ ବାଲାଟରେ କେମିତି ଦେବେ ଭୋଟ ?

Mar 17, 2024 - 07:37
 0  92
ଡାକ ବାଲାଟରେ କେମିତି ଦେବେ ଭୋଟ ?

ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ'୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ' ୧୩, ମେ' ୨୦, ମେ' ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ ମତଗଣନା । ଦେଶରେ ଏପ୍ରିଲ ୧୯ ତାରିଖରେ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ଚାଲିବ ।ଭାରତର ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିମ୍ନ ବର୍ଗର ଅନୁପସ୍ଥିତ ଭୋଟରମାନେ ଡାକ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି :

୧. ବରିଷ୍ଠ ନାଗରିକ (୮୫ ବର୍ଷରୁ ଅଧ୍ବକ)

୨. ୪୦%ରୁ ଅଧ‌ିକ ଭିନ୍ନକ୍ଷମତା ଥିବା ବ୍ୟକ୍ତି

୩. କୋଭିଚ୍‌-୧୯- ସନ୍ଦିଗ୍ଧ କିମ୍ବା ପ୍ରଭାବିତ ବ୍ୟକ୍ତି

ଡାକ ବାଲାଟରେ କେମିତି ଦେବେ ଭୋଟ ?

ଡାକ ବର୍ଗରେ ଭୋଟ୍ ଦେବାକୁ ଚାହୁଁଥ‌ିବା ଉପରୋକ୍ତ ବର୍ଗର ନାଗରିକମାନେ ସମସ୍ତ ଆବଶ୍ୟକୀୟ ବିବରଣୀ ପ୍ରଦାନ କରି ଫର୍ମ - ୧୨ ଡିରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଫିସରଙ୍କୁ ଏକ ଆବେଦନ କରିବା ଜରୁରୀ । ଡାକ ବାଲାଟ୍ ସୁବିଧା ଖୋଜୁଥ‌ିବା ଏହିପରି ଆବେଦନ ସଂପୃକ୍ତ ନିର୍ବାଚନ ବିଜ୍ଞପ୍ତିର ତାରିଖ ପରେ ପାଞ୍ଚ ଦିନ ମଧ୍ୟରେ ରିଟଣ୍ଡିଂ ଅଫିସରଙ୍କ ପାଖରେ ପହଞ୍ଚିବା ଉଚିତ । ବୁଥ୍ ସ୍ତରୀୟ ଅଧିକାରୀମାନେ ଏ ଦିଗରେ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ ।

ସଂପୃକ୍ତ ରିଟଣ୍ଡିଂ ଅଫିସରଙ୍କ ଜରିଆରେ ସର୍ଭିସ୍ ଭୋଟରମାନଙ୍କୁ ଇଟିପିବିଏମ୍ଏସ୍ (ଇଲେଟ୍ରୋନିକାଲି ଟ୍ରାନ୍ସମିଟେଡ୍ ଡାକ ବାଲାଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍) ପଠାଯିବ ଯେଉଁଥିରେ ସେମାନେ ସେମାନଙ୍କର ଭୋଟ୍ ରେକର୍ଡ କରିବେ ଏବଂ ଏହାକୁ ପୋଷ୍ଟ ମାଧ୍ୟମରେ ପଠାଇବେ ।

ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରମାନେ ମଧ୍ୟ ରିଟଣ୍ଡିଂ ଅଫିସରମାନଙ୍କ ଦ୍ଵାରା ସ୍ଥାପିତ ସୁବିଧା କେନ୍ଦ୍ରରେ ଡାକ ବାଲାଟ୍ ମାଧ୍ୟମରେ ଭୋଟ୍ ପାଇବାକୁ ଯୋଗ୍ୟ ହେବେ । ଏଥ‌ିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଫର୍ମ -୧୨ ରେ ଆବେଦନ କରିବାକୁ ପଡିବ

What's Your Reaction?

like

dislike

love

funny

angry

sad

wow