ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Apr 15, 2024 - 06:54
 0  236
ପବିତ୍ର  ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପୁରୀ ଜିଲ୍ଲାରେ କାକଟପୁର ବିଧାନସଭା ଆସନ ପାଇଁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣାକୁ ନେଇ ବିଜେଡ଼ି ବିଜେପି କଂଗ୍ରେସ ପ୍ରତ୍ୟେକ ଦଳରେ ଛକାପଞ୍ଚା ଚାଲିଥିବା ବେଳେ ଶାସକ ବିଜେଡ଼ି ଦଳରେ ଆଶାୟୀ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରମୁଖ ଦାବିଦାର ଥିବାବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ଗୋଷ୍ଠୀ ଆଜି ନିର୍ବାଚନ ମଣ୍ଡଳୀ ର ମୁଖ୍ୟ ମୁଖ୍ୟ କର୍ମୀ ମାନଙ୍କ ର ବନ୍ଧୁମିଳନ ହେବା ସହିତ ସୁରେନ୍ଦ୍ର ସେଠୀ ଙ୍କ ପାଇଁ ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ପ୍ରାର୍ଥୀତ୍ୱକୁ ଦୃଢ଼ ସମର୍ଥନ କରିଛନ୍ତି ।

ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ କାକଟପୁର ଦେଉଳି ମଠ ଠାରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ସୁରେନ୍ଦ୍ର ସେଠୀଙ୍କ ସମର୍ଥକ ତଥା କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ , ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକଙ୍କ ସମେତ ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ପଞ୍ଚାୟତର ଶତାଧିକ ନିର୍ବାଚିତ ପ୍ରତିନିଧି , ପୂର୍ବତନ ସରପଂଚ ,ସମିତି ସଭ୍ୟ ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ଙ୍କ ବିରୁଦ୍ଧରେ ବିଶୋଦଗାର କରିବା ସହ ସୁରେନ୍ଦ୍ର ସେଠୀ ଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଜଣାଇଥିଲେ । ଆଜିର ଏହି ଶକ୍ତି ପ୍ରଦର୍ଶନ ବିଜେଡ଼ି ମଧ୍ୟରେ ଥିବା ତୀବ୍ର ଅସନ୍ତୋଷ ବାରି ହୋଇ ପଡୁଥିଲା 

What's Your Reaction?

like

dislike

love

funny

angry

sad

wow