ଜାଣି ରଖନ୍ତୁ ପ୍ରଚାର ବେଳେ କେଉଁ କେଉଁ ଗାଇଡଲାଇନ ମାନିବେ ପ୍ରାର୍ଥୀ
ଘୋଷଣା ହୋଇଛି ନିର୍ବାଚନ ତାରିଖ । ରାଜ୍ୟରେ ଟି ପର୍ଯ୍ୟାୟରେ ପଡିବ ଭୋଟ । ମେ' ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ମେ' ୨୦ ତାରିଖରେ ଦ୍ୱିତୀୟ, ମେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ । ସେହିପରି ଜୁନ ୪ରେ ହେବ ଭୋଟ ଗଣନା । ଦେଶରେ ମୋଟ ୭ଟି ପର୍ୟ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ ।ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ।ତେବେ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଚାରକୁ ନେଇ ଗାଇଡଲାଇନ କଥା କହିଥିଲେ । ତେବେ ଜାଣି ରଖନ୍ତୁ ପ୍ରଚାର ବେଳେ କେଉଁ କେଉଁ ଗାଇଡଲାଇନ ମାନିବେ ପ୍ରାର୍ଥୀ ।
ଘୃଣା ସୃଷ୍ଟି କରୁଥିବା ଭାଷଣ ଉପରେ ଲାଗିବ ଅଙ୍କୁଶ
ଅପରାଧିକ ପୃଷ୍ଠଭୂମି ଥିଲେ ଖବର କାଗଜ ଓ ଟିଭିରେ ୩ଥର ବିଜ୍ଞାପନ ଦେବାକୁ ବାଧ୍ୟ
ଟଙ୍କା ବାଣ୍ଟିବା ଉପରେ କଡା ନଜର ରହିବ
ପ୍ରତ୍ୟେ ଜିଲ୍ଲାରେ ରହିବ କଣ୍ଟ୍ରୋଲ ରୁମ୍
ଟିଭି ଓ ସୋସିଆମମିଡିଆ ଉପରେ ନଜର ରଖାଯିବ
ଜଣଙ୍କ ଭୋଟର ଅନ୍ୟ ଜଣେ ଦେଇପାରିବେ
ମାଗଣା ବଣ୍ଟନ ଉପରେ ଅଙ୍କୁଶ ଲାଗିବ
ମିଛ ଖବର ପ୍ରଚାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ବିମାନ ବନ୍ଦର ଉପରେ ମଧ୍ୟ ରହିବ ନଜର
ପ୍ରସଙ୍ଗ ଭିତ୍ତିରେ ହେବ ନିର୍ବାଚନ ପ୍ରଚାର
ଘୃଣା ସୃଷ୍ଟି କରୁଥିବା ଭାଷଣ ଉପରେ ଲାଗିବ ଅଙ୍କୁଶ
ବିଜ୍ଞାପନ ଖବର ଆକାରରେ ପ୍ରସାରଣ କରିପାରିବେ ନାହିଁ
ପିଲାମାନଙ୍କୁ ପ୍ରଚାରରେ ବ୍ୟବହାର କରିପାରିବେ ନାହିଁ |
What's Your Reaction?