ଭଦ୍ରକ ଗ୍ରାମାଞ୍ଚଳ ଥାନା ର ନବନିର୍ମିତ ଗୃହର ଶୁଭ ଉଦଘାଟନ

Mar 13, 2024 - 22:19
 0  43
ଭଦ୍ରକ ଗ୍ରାମାଞ୍ଚଳ ଥାନା ର ନବନିର୍ମିତ ଗୃହର ଶୁଭ ଉଦଘାଟନ

ଭଦ୍ରକ :- ଦୁର୍ନୀତି ମୁକ୍ତ ସମାଜ ଏବଂ ଶୂନ୍ୟ ଅପରାଧ ନୀତି ଆଧାର ରେ ଆଜି ଆଭାସି ମାଧ୍ୟମରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ରାଜ୍ୟ ର ୧୬ ଟି ଜିଲ୍ଲା ରେ ୨୯ଟି ଥାନା, ଫାଣ୍ଡି ଓ ଏସଡିପିଓ କାର୍ଯ୍ୟାଳୟ ର ଲୋକାର୍ପଣ କରିଛନ୍ତି। 

ଏହି ପରିପ୍ରେକ୍ଷୀରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଳାଙ୍ଗ ଠାରେ ବିଧାୟକ, ଭଦ୍ରକ ସଞ୍ଜୀବ କୁମାର ମଲ୍ଲିକ ମାନନୀୟା ସାଂସଦ, ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ର ନବନିର୍ମିତ ଗୃହର ଶୁଭ ଉଦଘାଟନ ହୋଇଯାଇଛି।

ଏହି ଅବସରରେ ସେଠାରେ ଭଦ୍ରକ ଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ ଜେନା,ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ବହୁ ପୁଲିସ୍ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ନେତୃମଣ୍ଡଳୀ ଏବଂ ଭଦ୍ରକ ର ମାନ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow