ପୁଣି ଦଳ ଛାଡ଼ିଲେ ପୁରୁଖା ନେତା ଭର୍ତୁହରି, କହିଲେ କେତେଜଣ ମୁଷ୍ଟିମୟ ନେତା ଚଳାଉଛନ୍ତି ବିଜେଡି ଦଳ
ବିଜୁ ଜନତା ଦଳର ଜଣେ ଦକ୍ଷ ନେତା କଟକ ଜିଲ୍ଲାର ବାରମ୍ବାରର ଲୋକସଭା ସାଂସଦ ଶ୍ରୀ ଭତୃହରି ମହତାବ ବିଜେଡ଼ି କୁ କରିଛନ୍ତି ବାଏ ବାଏ। ଆଜି ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ, ନିଜର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା।
୬୭ ବର୍ଷୀୟ ଶ୍ରୀ ମହତାବ ୧୯୯୮ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ଏବେ ପର୍ଯ୍ୟନ୍ତ ସେ ୬ଥରର ସାଂସଦତା ହାସଲ କରିପାରିଛନ୍ତି।୨୦୧୭,୧୮,୧୯ ଓ ୨୦୨୦ରେ ସେ ସାଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ।୨୦୧୭ ମସିହାରେ ସାରା ଭାରତ ବର୍ଷର ସାଂସଦ ଙ୍କ ଅପେକ୍ଷା ସେ ଆଉଟ୍ ଷ୍ଟାଣ୍ଡିଂ ପାର୍ଲିଆମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ।
ପୂର୍ବରୁ ଦଳ ଲୋକଂକ ପାଇଁ କାମ କରୁଥିଲା କିନ୍ତୁ ଏବେ ଦଳର କାର୍ଯ୍ୟକ୍ରମରେ ବହୁତ ପରିବର୍ତ୍ତନ ଆସିଛି। ଦଳରେ ଅରାଜକତା ଶେଷ ସୀମାରେ ପହଞ୍ଚିଛି। କିଛି ମୁଷ୍ଟିମେୟ ଙ୍କ ହାତରେ ଅଛି ଦଳ। ସାଧାରଣ ଲୋକ କି ଦଳର ବରିଷ୍ଠ ନେତା କେହି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନାହାନ୍ତି। ଆଜି କଟକ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହତାବ କହିଛନ୍ତି ଯେ ଦଳର ଦର୍ଶନ ବଦଳି ଗଲାଣି। ମୁଁ ଅନେକ ଚେଷ୍ଟା କରିଛି କିନ୍ତୁ କିଛି କରିପାରିଲିନି।
ଏବେ ପ୍ରଶ୍ନ ଉଠୁଛି ଯେ ଭତୃହରି ମହତାବ ରାଜନୀତିରୁ ସନ୍ନ୍ୟାସ ନେବେ ନା ବିଜେପି ଦଳରେ ମିଶିବେ। ଏଥି ପାଇଁ ବିଜେପି କଥା ଉଠୁଛି ଯେ ଶ୍ରୀ ମହତାବଙ୍କ ସଂପର୍କରେ ଅନେକ ଚର୍ଚ୍ଚା ଆଗରୁ ହୋଇଛି। ତେବେ ଏ ବାବଦରେ କିଛି ସ୍ପଷ୍ଟ ହୋଇନି।
What's Your Reaction?