ଅନୁଗୋଳ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ
ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଅନୁଗୋଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଥମ ଥର ବିଜେଡ଼ିର କାର୍ଯ୍ୟକାରିଣୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୭ ଏବଂ ୨୮ ନମ୍ବର ଜୋନର ବୈଠକ ଟି ବଅଁରପାଳ ସ୍ଥିତ ସବେରା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ସଂଯୁକ୍ତା ସିଂହ, ଢେଙ୍କାନାଳ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଅନୁଗୋଳ ଜିଲ୍ଲା ବିଜେଡିର ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ଟାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବରିଷ୍ଠ ବ୍ୟବସାୟୀ ଗଙ୍ଗାଧର ସାମଲ,ଅନୁଗୋଳ ଜିଲ୍ଲା ବିଜେଡି ଉପ ସଭାପତି ବାଉରୀବନ୍ଧୁ ସାହୁଙ୍କ ସମେତ ନିର୍ମଳ ଗଡନାୟକ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ ପ୍ରଧାନ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ। କିପରି ନିର୍ବାଚନ ଲଢ଼ିବା ସେ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା।(ଅନୁଗୋଳରୁ ସାଗର ସାହୁଙ୍କ ରିପୋର୍ଟ୍ ସମ୍ଭବ ଟାଇମାସ)
What's Your Reaction?